ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

 

ନବରଙ୍ଗପୁର:  ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଙ୍କ ସଂପତ୍ତି ଦେଖି ଭିଜିଲାନସ ଟେରା ହୋଇଯାଇଛି । ତାଙ୍କର ଭୁବନେଶ୍ବର ଘରୁ ବିଡା ବିଡା ଟଙ୍କା ଜବତ କରିଛି ଭିଜିଲାନସ । ଭିଜିଲାନସ ଆଖିରୁ ଖସିଯିବା ପାଇଁ ପରିବାର ଲୋକେ ପଡୋଶୀଙ୍କ ଛାତକୁ ଟଙ୍କା ବିଡା ପକାଇଥିଲେ ।  ପଡ଼ୋଶୀଙ୍କ ଛାତରୁ ମିଳିଲା ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍। ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର କାନନ ବିହାର ଦୁଇମହଲା କୋଠାରୁ  ୬ ପେଟି ଟଙ୍କା ଜବତ ହୋଇଛି । ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଥିବା ସୂଚନା ମିଳିଛି। ରେଡର ସୂଚନା ପାଇ ପ୍ରଶାନ୍ତଙ୍କ ପରିବାର ଲୋକେ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡୋଶୀ ଘରକୁ ଫୋପାଡି ଦେଇଥିଲେ । ପଡୋଶୀ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି ନବରଙ୍ଗପୁରରେ ଥିବା ଘର, ଅଫିସ ଚାମ୍ବରରେ ଚାଲିଛି ରେଡ୍ । ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ ଚାଲିଛି ରେଡ୍ ।