ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ କୋଟିପତି ବାବୁ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ତାଙ୍କ ଭୁବନେଶ୍ବର ଘରୁ ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା । ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡର ସୂଚନା ପାଇ ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡୋଶୀ ଘରକୁ ଫୋପାଡି ଦେଇଥିଲେ । ପଡୋଶୀ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି । ତାଙ୍କ ଘରୁ ବହୁପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି ।