ଭାରତର କୌଣସି ଭେଦଭାବ ନାହିଁ: ମୋଦୀ

 ଭାରତର ଗଣତନ୍ତ୍ରରେ ଭେଦଭାବ ନାହିଁ । ଭାରତ ଓ ଆମେରିକାର ଡିଏନ୍‌ଏରେ ଗଣତନ୍ତ୍ର ରହିଛି । ଭାରତ କୌଣସି କ୍ଷେତ୍ରରେ ବି ଧର୍ମ, ଜାତି, ବର୍ଣ୍ଣ ଓ ଲିଙ୍ଗ ଆଧାରରେ ଭେଦଭାବ କରେନାହିଁ। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ’ ନୀତିରେ ଭାରତର ଗଣତନ୍ତ୍ର ପରିଚାଳିତ ହେଉଛି ଏବଂ ଆମ ସମ୍ବିଧାନର ନୀତି ଭାରତୀୟ ଗଣତନ୍ତ୍ରକୁ ଅତ୍ୟନ୍ତ ସୁଦୃଢ଼ କରିଛି ।

ଭାରତ ଏକ ମହାନ ଗଣତନ୍ତ୍ର ଏବଂ ଏଠାରେ ଭେଦଭାବର ପ୍ରଶ୍ନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସକୁ ସଂମ୍ବୋଧନ କରି କହିଛନ୍ତି । ୟୁଏସ୍‌ ସଂସଦର ମିଳିତ ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ  କରି ଆହୁରି କହିଛନ୍ତି ‘ଭାରତ-ଆମେରିକା ମଧ୍ୟରେ ସଂପର୍କ ନିବିଡ଼ ହୋଇଛି’ । ‘9 ବର୍ଷରେ ବହୁତ କିଛି ବଦଳିଛି, ମାତ୍ର ଆମ ସଂପର୍କ ନିବିଡ଼ ହୋଇଛି’ । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ବାସ ରଖନ୍ତି । ଦୁଇ ଦେଶ ମଧ୍ୟରେ ବିଶ୍ବାସ ବଢ଼ିଛି, ମିତ୍ରତା ବଢ଼ିଛି’  ।’ଆମେରିକା ଯଦି ପୁରୁଣା ଦେଶ, ଭାରତ ମଧ୍ୟ ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର’ ।’ୟୁକ୍ରେନରେ ଧ୍ବଂସର ଲୀଳା ବନ୍ଦ ହେବା ଦରକାର’ ।’ଆପୋସ ଆଲୋଚନା ଦ୍ବାରା ଯୁଦ୍ଧକୁ ବିରାମ ଦେବାର ଆବଶ୍ୟକତା ରହିଛି’ ।’ଶାନ୍ତି ବଜାୟ ପାଇଁ ଭାରତ ଏକାଧିକ ଥର ଅପିଲ୍ କରିଛି’ । ଆତଙ୍କବାଦ ମାନବିକତାର ଶତ୍ରୁ, ଏହା ବିରୋଧରେ ଲଢ଼େଇ ଜରୁରୀ’ ।’ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ଲଢ଼େଇ ଜରୁରୀ’ ।