ବଜାରରେ ମିଳିବ କୋଭିଡ ଭାକ୍ସିନ୍
ମେଟ୍ରୋ ଟିଭି ଓଡିଶା,୨୮/୧ : ଏବେ ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିସିଲ୍ଡ ଓ କୋଭାକ୍ସିନ୍ କିଣିପାରିବେ । ତାଙ୍କ ପାଖରୁ ଟିକା କିଣି ଉପଭୋକ୍ତା ସେହିଠାରେ ନେଇପାରିବେ । ପ୍ରତି ୬ ମାସରେ ଡିସିଜିଆଇଙ୍କୁ ଦେବେ ଟିକାକରଣ ଡାଟା । କୋ-ଓ୍ଵିନ୍ ଆପ୍ରେ ରହିବ ସବୁ ତଥ୍ୟ । ଏବେ କୋଭାକ୍ସିନ୍ର ଗୋଟିଏ ଡୋଜ୍ ଟିକା ଦାମ୍ ୧୨ ଶହ ଟଙ୍କା ରହିଛି । ସେହିପରି କୋଭିସିଲ୍ଡ ଟିକା ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇଟି ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ପାଇଁ ବ୍ୟବହାର କରାଯାଉଛି । ଖୋଲା ବଜରାରେ ଉପଲବ୍ଧ ହେଲେ ଶସ୍ତା ହେବ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ।
ସୂଚନା ଅନୁସାରେ,ଏବେ ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ,୫୧ହଜାର,୨୦୯ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୧୫.୮୮ ପ୍ରତିଶତ । ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ । ଦୋକାନ ଖୋଲିବା ନେଇ ଯୁଗ୍ମ-ଅଯୁଗ୍ମ ନିୟମ ହଟାଇ ଦିଆଯାଇଛି । ସ୍କୁଲ ଖୋଲିବା ନେଇ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ । ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତ ତଳେ ରହିଛି ।
ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ୫ରୁ ୭ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫ହଜାର ୫୭ଜଣ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି । ଦୈନିକ ସଂକ୍ରମଣ କମୁଛି । ତଳମୁହାଁ ରହିଛି ଆକ୍ସିଭ କେସ୍ ।