ନୀତିଶ କୁମାରଙ୍କୁ ବଡ ଝଟକା :ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଏବେ ଏନଡିଏରେ ସାମିଲ

ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା  ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ମାଞ୍ଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ପରେ ବିହାରର ପୂର୍ବତନ ମନ୍ତ୍ରୀ ତଥା ଜିତନରାମ ମାଞ୍ଝୀଙ୍କ ପୁଅ କହିଛନ୍ତି କି ଏବେ ତାଙ୍କ ପାର୍ଟି ଏନଡିଏରେ ସାମିଲ ହେବାକୁ ଯାଉଛି ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ ମାଞ୍ଝୀ ଏହି ଘୋଷଣା କରିବା ପରେ କହିଛନ୍ତି କି, ଆଗାମୀ ଦିନରେ ଆସନ ବୁଝାମଣା ନେଇ ଏକ ଖସଡା ପ୍ରସ୍ତୁତ କରାଯିବ ।