ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଲେ ମୋଦି

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଛନ୍ତି । ମସ୍କଙ୍କ ସହ  ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ ମୋଦି । ଏହି ସମୟରେ ପିଏମ୍ ମୋଦି ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟିବା ସହ ବିଭିନ୍ନ କଂପାନିର ସିଇଓଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆମେରିକାର ଲିଡରଙ୍କୁ ମଧ୍ୟ ଭେଟିବେ ମୋଦି । ନିଜର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ ପିଏମ ମୋଦି ଆଜି ଯୋଗଦିବସ ପାଳନ କରିବେ  ।