ରଥାଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତାରୁ ପ୍ରେରଣା ପାଇ ଅନୀଲ କପୁର ଜଣାଇଲେ ଶୁଭେଚ୍ଛା ବାର୍ତ୍ତା
ପୁରୀ: ପବିତ୍ର ରଥଯାତ୍ରା ଅବସରରେ ବିଶିଷ୍ଟ ବଲିଉଡ କଳାକାର ଅନିଲ କପୁର ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ବାର୍ତା ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇଛନ୍ତି ।

ରତ୍ନ ସିଂହାସନ ଛାଡ଼ି ରଥରେ ଗୁଣ୍ଡିଚା ମନ୍ଦିର ଯାଉଛନ୍ତି ତିନି ଠାକୁର । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଶୁଭକାମନା ଜଣାଇବା ପରେ ତାଙ୍କଠାରୁ ପ୍ରେରଣା ପାଇ ଅଭିନେତା ଅନିଲ କପୁର ମଧ୍ୟ ସମସ୍ତଙ୍କର ମଙ୍ଗଳ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ପାଇଁ ଥାଉ, ଓଡ଼ିଶାର ବିକାଶ ହେଉ ବୋଲି ଟୁଇଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। #ଜୟଜଗନ୍ନାଥ ?#RathaJatra2023 #ରଥଯାତ୍ରା୨୦୨୩ pic.twitter.com/OimnwSQVya
— Naveen Patnaik (@Naveen_Odisha) June 20, 2023