ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ ହେବା ପରେ ପରିବେଶ ଆହୁରି ଭକ୍ତିମୟ ହୋଇଛି। ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।

ଆଜି ରଥଯାତ୍ରାରେ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସରିଲା ପହଣ୍ଡି। ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀର ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସିଛନ୍ତି କାଳିଆ ଗୋସାଇଁ।
ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ପହଣ୍ଡି ବିଜେ ।
'Pahandi Bije' of 'Badathakura Shree Balabhadra' to the 'Taladhwaja Ratha'.#RathaYatra2023#JayJagannatha#Pahandi pic.twitter.com/IWUXDlsCvR
— Shree Jagannatha Temple, Puri (@JagannathaDhaam) June 20, 2023
ମା ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ପହଣ୍ଡି ବିଜେ ।
Pahandi Bije of 'Maa Subhadra' to 'Darpadalana ratha'.#RathaYatra2023#JayJagannatha#Pahandi pic.twitter.com/Zlx5jMjDXi
— Shree Jagannatha Temple, Puri (@JagannathaDhaam) June 20, 2023
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ପହଣ୍ଡି ବିଜେ ।
'Pahandi Bije' of 'Mahaprabhu Shree Jagannatha' to 'Nandighosha Ratha'.#RathaYatra2023#JayJagannatha#Pahandi pic.twitter.com/BO6eo3ykgR
— Shree Jagannatha Temple, Puri (@JagannathaDhaam) June 20, 2023