ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ବର:  ସୁସ୍ଥ ହୋଇ ଓଡ଼ିଶା ଫେରିଲେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ । ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାୟକ ଦୁଇ ବର୍ଷ ଧରି  କୋଭିଡ୍ ସମୟରୁ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। ଦୀର୍ଘ ଦୁଇ ବର୍ଷର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ  ସମର୍ଥକମାନେ ପୁଷ୍ପଗୁଚ୍ଛ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ମହାମାରୀ କୋଭିଡ୍‌ ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ଦିଲ୍ଲୀ ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।