Odisha ରେଳମନ୍ତ୍ରୀ ପୁରୀ ରେଳଷ୍ଟେସନରେ ନିର୍ମାଣ କାମର କରିବେ ସମୀକ୍ଷା On Jun 19, 2023 ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ପୁରୀରେ ଆସି ପହଁଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ପୁରୀରେ ରେଲୱେ ଷ୍ଟେସନର ଉନ୍ନତିମୂଳକ କାମର ତଦାରଖ କରିବେ। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପାଇଁ ୮୫୦ ପାଖାପାଖି ସ୍ଵତନ୍ତ୍ର ଟ୍ରେନ ଆସୁଛି ଏବଂ ୨୦ହାଜର ଲୋକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତାକାଲି ବାହାନାଗା ଯିବେ। ସେଠାରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ଓ ମାଲଗାଡ଼ି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ସେମାନଙ୍କୁ ଦେଖା କରିବେ। Share