Odisha ସୋର ସେକସନ୍ ସିଗନାଲ ଜେଇଙ୍କ ଠିକଣାରେ ‘ସିବିଆଇ’ର ଚଢ଼ଉ Last updated Jun 19, 2023 ସୋର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର ଅମୀର ଖାନ ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର ଅମୀର ଖାନ୍ଙ୍କ ଭଡ଼ାଘରେ ସିବିଆଇର ୪ ଜଣିଆ ଟିମ୍ ଆଜି ସକାଳ ୮ଟାରୁ ଚଢ଼ଉ କରିଥିଲେ। ସିବିଆଇର ଏହି ଟିମ୍ରେ ଓଆରପିର ୨ ଜଣ କନଷ୍ଟେବଳ ଓ ଅନ୍ୟ ୨ ଜଣ କର୍ମଚାରୀ ସାମିଲ ଥିଲେ। ସିବିଆଇ ଟିମ୍ ଆଜି ସକାଳ ୮ଟାରେ ସିଗନାଲ ଜେଇ ଶ୍ରୀ ଖାନଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ କେହି ନଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରି ଫେରିଯାଇଛନ୍ତି । Share