ସୋମବାରଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ
ଭୁବନେଶ୍ୱର: ହଟିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ସଂଘର ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ରିପୋର୍ଟ ଆସିବା ପରେ ଗ୍ରେଡ ପେ ବୃଦ୍ଧି ହେବ । ଖୁବଶୀଘ୍ର ଅମଲା ସଂଘ ଖୁସି ଖବର ପାଇବା ନେଇ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛି ସଂଘ ।