ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ଗଜପତି ରଖିଲେ ମତାମତ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଭଣ୍ଡାରରେ କେତେ ରତ୍ନ ଅଛି ତା ଉପରେ ମତ ରଖିଛନ୍ତି ଗଜପତି ମହାରାଜ । ଏକ ସପ୍ତାହ ପୂର୍ବରୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁହଁ ଖୋଲିବା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାନ ଢଙ୍ଗରେ  ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର। ପୂର୍ବରୁ କେବେ ମରାମତି ହୋଇଛି ଜଣାନାହିଁ। ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ଆବଶ୍ୟକ।  ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ।