National ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଂଗରେ ହିଂସା Last updated Jun 17, 2023 କୋଲକତା: ଜୁଲାଇ 8 ରେ ହେବ ହେବ ପଶ୍ଚିମବଂଗର ପଞ୍ଚାୟତ ନିର୍ବାଚନ । ତେବେ ତାହା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ହିଂସା । ଶାସକ ଟିଏମସି ହିଂସା ଘଟାଉଛି ବୋଲି କଂଗ୍ରେସ ଏବଂ ବିଜେପି ଅଭିଯୋଗ କରୁଛନ୍ତି । ପ୍ରାର୍ଥୀମାନଙ୍କୁ ଭୟଭୀତ କରାଉଥିବା କଂଗ୍ରେସ କହିଛି । ନାମାଙ୍କନ ବେଳେ ବୋମା ଫୁଟୁଛି । କିଛି ଗୁଣ୍ଡା ବିଶୃଙ୍ଖଳା ଏବଂ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏପର୍ଯ୍ୟନ୍ତ ଅତି କମରେ 3 ଜଣ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ହିଂସା, ବିରୋଧୀ ଦଳମାନଙ୍କୁ ଭୟଭୀତ କରିବା ପାଇଁ ଶାସକ ଦଳ କରାଉଛି ବୋଲି ବିଜେପି କହିଛି । ସେପଟେ 16 ଜୁନ୍ 2023 ରେ, ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ଆସନ୍ତା ପଞ୍ଚାୟତ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ ସମ୍ପର୍କରେ କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁନ୍ 15 ରେ ହାଇକୋର୍ଟ ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ସାମରିକ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । Share