ମୈାସୁମୀର ଦେଖାନାହିଁ, ବର୍ଷା ହେଲେ ତାତି କମିବ
ବର୍ଷା ନହେଲା ପର୍ଯ୍ୟନ୍ତ ତାତି କମିବ ନାହିଁ । ମୈାସୁମୀ ଆସିଲେ ତାତି କମିବ । ତେବେ ମୈାସୁମି କେବେ ଆସିବ ତାହା କହିବା ମୁସ୍କିଲ । ଉତ୍ତର-ପଶ୍ଚିମରୁ ଓଡ଼ିଶାକୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢ଼ୁଛି । ଦକ୍ଷିଣ-ପଶ୍ଚିମରୁ ବାୟୁ ପ୍ରବାହିତ ହେଲେ ଥଣ୍ଡା ଲାଗିବ । ତେବେ ଯାଇ ରାଜଧାନୀର ତାତି କମିବା ଆରମ୍ଭ ହେବ। ଏଥିସହ ୧୯ ତାରିଖରୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ମଧ୍ୟ ବହିବା ଆରମ୍ଭ ହୋଇଯିବ ଓ ତାତି ଆହୁରି କମିବାର ସଂଭାବନା ରହିଛି। କିନ୍ତୁ ଆଭ୍ୟନ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଏବେ କିଛି ଦିନ ତାତି କମିବାର ସମ୍ଭାବନା ବିଶେଷ ନାହିଁ । ଏଥିସହ ଯଦି ୧୯ ତାରିଖ ଆଡ଼କୁ ପ୍ରାକ୍ ମୌସୁମୀ ବର୍ଷା ହେବ ତେବେ ୨୦, ୨୧ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁପାରେ। ୨୩, ୨୪ ତାରିଖ ଆଡ଼ଙ୍କୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ପାଖାପାଖି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଓଡ଼ିଶାରେ ବର୍ଷା କରାଇବା ସହ ମୌସୁମୀକୁ ବାଟ କଢ଼ାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ରେ ତାପମାତ୍ରା ଏବଂ ଆଦ୍ରତା
୧୬ ଜୁନ:
ସକାଳ ୫.୩୦- ୩୦.୨°C /୯୨%
ସକାଳ୮.୩୦-୩୪.୨°C/୭୩%
ଦିନ ୧୧.୩୦-୪୧.୬°C/୩୮%
ଦିନ ୨.୩୦-୪୪.୪°C/୩୬%
ସନ୍ଧ୍ୟା ୫.୩୦-୩୭°C/୫୩
ସନ୍ଧ୍ୟା ୮.୩୦-୩୩.୪°C/୭୨%
ରାତି ୧୧.୩୦-୩୨.୪°C/୮୦%୧୭ ଜୁନ:
ସକାଳ ୨.୩୦-୩୧.୪°C/୯୦%
ସକାଳ ୫.୩୦-୨୯.୮°C/୭୨%— Meteorological Centre, Bhubaneswar (@mcbbsr) June 17, 2023
ଆଜି 45.6 ଡିଗ୍ରୀ ସହ ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ସେହିପରି ଝାରସୁଗୁଡା ଓ ବଲାଙ୍ଗୀରରେ 45 ଡିଗ୍ରୀ ଉପରେ ରହିଛି । 33 ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି @mcbbsr pic.twitter.com/8xpZB7x9PV
— DD News Odia (@DDNewsOdia) June 16, 2023