୨୧ରେ ବାଲେଶ୍ବର ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଜୁନ ୨ ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏହା ଫଳରେ ଅନେକ ଲୋକଙ୍କୁ ବଞ୍ଚାଯାଇପାରିଥିଲା । ଏହି ଦୁର୍ଘଟଣା ପରଦିନ  ଘଟଣାସ୍ଥଳରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ଥାନୀୟ ଲୋକଙ୍କ ପ୍ରସଂଶା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତା କାର୍ଯ୍ୟର ପ୍ରସଂଶା କରିଥିଲେ । ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଗସ୍ତରେ ଆସିବେ । ବାଲେଶ୍ୱରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରେଳମନ୍ତ୍ରୀ ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ଯତ୍ନ ନେଇଥିବା ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସହାୟତା କର୍ମଚାରୀମାନଙ୍କୁ ମଧ୍ୟ ଭେଟିବେ ।