ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି

ପୁରୀ: ମହାପ୍ରସାଦ ନାଁରେ ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି  । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ ସେଠାରୁ ପଳାଇଥିଲେ ।  ଯେଭଳି କୋଡ଼ୁଆରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଅବିକଳ ସେହିଭଳି ଭାବେ ଅବଢ଼ା ପ୍ରସ୍ତୁତ କରି ବିକ୍ରୟ କରିବାକୁ କିଛି ଦୁର୍ବୁତ୍ତ ଯୋଜନା କରୁଥିବା ଅଭିଯୋଗ ହୋଇଛି ।