ସୁନ୍ଦରଗଡ଼ ଜିଲ୍ଲାର ୫ହଜାରରୁ ଅଧିକ ପିଲାଙ୍କୁ ହକି କିଟ୍ ପ୍ରଦାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୨୫ ଗାଁର ୫ହଜାରରୁ ଅଧିକ ପିଲାଙ୍କୁ ସରକାରଙ୍କ ପକ୍ଷରୁ ହକି କିଟ୍ ପ୍ରଦାନ କରାଯାଇଛି । ପିଲାଙ୍କର ହକି ପ୍ରତି ଆଗ୍ରହ ବଢ଼ିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ଜେଏସପି ଫାଉଣ୍ଡେସନର ଭୂମିକାକୁ ସ୍ବାଗତ କରିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରୟାସ ଓଡ଼ିଶାରେ ହକିକୁ ପରବର୍ତ୍ତି ସ୍ତରକୁ ନେବାରେ ସହାୟକ ହେବ  ।  ଏହି ଅବସରରେ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ପୋଲିସ ଗ୍ରାଉଣ୍ଡରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ, କଲେଜର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ । ପିଲାମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । କଠିନ ପରିଶ୍ରମ କରି ଆତ୍ମବିଶ୍ବାସର ସହିତ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି 5T ସଚିବ କହିଛନ୍ତି ।