ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’

ଗାନ୍ଧୀନଗର: ବିପର୍ଯ୍ୟୟ ବାତ୍ୟା ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଛି । ଉଦ୍ଧାରକାରୀ ଟିମ୍ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି । ଲଗାଣ ବର୍ଷା ଯୋଗୁ ଅନେକ ରାସ୍ତା ଜଳମଗ୍ନ ହୋଇଛି । ୯୪୦ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଜୁଆର ମାଡ଼ି ଆସିବା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି । ବର୍ଷା ଓ ବନ୍ୟାଜନିତ କାରଣରୁ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି । ସମୁଦ୍ର କୂଳଠାରୁ ୧୦କିମି ଦୂରରେ ରହିଥିବା ଅଞ୍ଚଳ ଅତ୍ୟଧିକ ପ୍ରଭାବିତ ହେଇଛି । ଏବେ ବି ଗୁଜରାଟରେ ବିପର୍ଯ୍ୟୟର ପ୍ରଭାବ ରହିଛି ।