ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତିଶ

ବିହାର:  ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆଗୁଆ ଅର୍ଥାତ୍ ଚଳିତ ବର୍ଷ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର   ।  ଏଭଳି କହି ଚର୍ଚାର ଖୋରାକ ଯୋଗାଇଛନ୍ତି ନୀତିଶ । ଆଉ ଏକ ସପ୍ତାହ ପରେ ପାଟନାରେ ଜୁନ୍ ୨୩ ମୋଦୀ ବିରୋଧୀ ନେତାଙ୍କ ମହାବୈଠକ ହେବାର ଅଛି । ତେବେ ତା ପୂର୍ବରୁ ସେ କହିଛନ୍ତି ଯେ ଯେହେତୁ ଆଗୁଆ ନିର୍ବାଚନ ହେବ ତେଣୁ ବିରୋଧୀ ନେତାମାନେ ଏକଜୁଟ ହେବାର ଅଛି । ଯେଉଁଥିରେ କଂଗ୍ରେସ, ଟିଏମସି, ଆପ୍, ସମାଜବାଦୀ ପାର୍ଟି ସମେତ ୧୫ରୁ ଅଧିକ ବିରୋଧୀ ଦଳ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ଏହା ପୂର୍ବରୁ ନୀତୀଶଙ୍କ ବୟାନ ଜାତୀୟ ରାଜନୀତିକୁ ସରଗମର କରିଛି ।