Sports ଅଗଷ୍ଟ ୩୧ରୁ ଏସିଆ କପ୍ Last updated Jun 15, 2023 ମୁମ୍ବାଇ: ବହୁ ବାଦ ବିବାଦ ପରେ ପାକିସ୍ତାନ ଶେଷରେ ମାନିଛି । ଗତ ଏକ ବର୍ଷ ଧରି ଏସିଆ କପ୍ ହେବ କି ନାହିଁ ସେ ନେଇ ସନ୍ଦେହ ଥିଲା । ଶେଷରେ ପାକିସ୍ତାନ ସମସ୍ତ ସର୍ତକୁ ମାନି ନେଇଛି । ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ଏଥର ଏସିଆ କପରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୬ଟି ଦଳ ମଧ୍ୟରେ ୧୩ଟି ମ୍ୟାଚ୍ ଖେଳାଯିବ। ଏଥର ଏସିଆ କପ୍ ଓଡିଆଇ ଫର୍ମାଟରେ ଖେଳାଯିବ ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଓ ନେପାଳ ଏଥିରେ ଭାଗ ନେବେ। Share