ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍‌ ଟପ୍ପର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍ ଟପ୍ପର । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିଟ୍ ଟପ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଖୁସି ପ୍ରକାଶ କରିବା ସହ ଟୁଇଟ୍ କରିଛନ୍ତି ।

ନବୀନ ନିବାସ ଯାଇ ଏହି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସ୍ବୟଂଶକ୍ତି ତ୍ରିପାଠୀ ଓଡ଼ିଶାରୁ ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି ।  ସୂର୍ଯ୍ୟପ୍ରତାପ ମିଶ୍ର ଓଡ଼ିଶାରୁ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୩୫ତମ ରାଙ୍କରେ ହାସଲ କରିଛନ୍ତି ।  ଅଭିପସା ଚୌଧୁରୀ ଓଡ଼ିଶାରୁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରିଛନ୍ତି ।