ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି । ଉଭୟ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି । ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ପରୀକ୍ଷାର୍ଥୀ ରହିଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି ।