ବରଷକେ ଥରେ ଆସିଛି ରଜ

ଆଜି ରଜ ।  ଆଜିଠୁ ତିନି ଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲିଠୁ ଚାଲିଛି ସଜବାଜ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

କୁମାରୀମାନେ ଅଳତା, କୁଙ୍କୁମ ଲଗାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି ।  ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ ।

YouTube player

ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ । ଓଡ଼ିଆଙ୍କ ରଜପର୍ବ ହେଉଛି ମହାନ । ଏହି ରଜ ପର୍ବରେ ମାଟି କୁ ସମ୍ମାନ ଜଣାଇ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପାଳନ ହେଉଛି ରଜପର୍ବ ।   କୃଷିକାର୍ଯ୍ୟ ପାଇଁ ଏହା ଦେଇଥାଏ ସୂଚନା । ମହିଳାମାନେ ମଧ୍ୟ ସଂସ୍କୃତି ପରମ୍ପରା ରକ୍ଷା କରିବା ସହ ଏହାକୁ ମାନି ଗୋଡ଼ରେ ଅଳତା ଲଗାଇବା ସହ ନିଜକୁ ସଜାଇଥାନ୍ତି । ଘରେ ଘରେ ଆଜି ପିଠାପଣା ।