ପୁଷ୍ପା ଗୀତର ହୁକ୍ ଷ୍ଟେପରେ ଜେଜେ ମାଁଙ୍କ ସହ ଡାନ୍ସ କଲେ ହାର୍ଦ୍ଧିକ ପାଣ୍ଡ୍ୟା
ମେଟ୍ରୋ ଟିଭି ଓଡିଶା,୨୭/୧ : ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଚାଲିଛି । ଏହି ଫିଲ୍ମର ଗୀତ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମର ଡାଇଲଗରେ ଆକ୍ଟିଂ କରି ସୋସିଆଲ ମିଡିଆରେ ଏବେ ବହୁ ଜଣ ଫେମସ୍ ହେଉଛନ୍ତି । ଏମିତି ବଡ଼ ବଡ଼ ଷ୍ଟାର ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ ଓ ଗୀତରେ ରିଲ୍ସ କରୁଛନ୍ତି। ଗୀତର ହୁକ୍ ଷ୍ଟେପରେ ଡାନ୍ସ କରୁଛନ୍ତି ।
source-instagram
ସୂଚନା ଅନୁସାରେ,କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୁଷ୍ପାର ଏହି ହୁକ୍ ଷ୍ଟେପ ନିଜ ଜେଜେମାଙ୍କ ସହ କରିଛନ୍ତି ଯାହାକି ବର୍ତ୍ତମାନ ଭାଇରାଲ ହୋଇଛି । ପୁଣି ଏଇ ଭିଡ଼ିଓକୁ ଦେଖି ଅନେକ କମଣ୍ଟ ମଧ୍ୟ କରିଛନ୍ତି । ଏହାକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାପରେ ଭିଓର୍ସଙ୍କ ତରଫରୁ ତାଙ୍କୁ ପ୍ରଂଶସା ମିଳିଛି। ସେ ପ୍ରାୟତଃ ସବୁ ସମୟରେ ବଲିଉଡ ଗୀତରେ ରିଲ୍ସ କରୁଥିବାର ଦେଖିବାକୁ ମିଳିଛି।