ଆଜି ବି ଟାଣ ଖରା

ଗତକାଲି ଭଳି ଆଜି ବି ଟାଣ ଖରାହେବ । କଲବଲ କରିବ ତାତି । ଖରାରେ ଘରୁ ନବାହାରିବା ପାଇଁ ସତର୍କ କରିଛି ପାଣିପାଗ ବିଭାଗ । ଗତକାଲି  ସମ୍ବଲପୁରରେ ୪୬.୧ ଡିଗ୍ରୀ ହୋଇଥିଲା ତାପମାତ୍ରା ।  ୧୦ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ଭୁବନେଶ୍ୱରରେ ତାତି ସାଙ୍ଗକୁ ଝାଂଜି, ରାଜଧାନୀବାସୀଙ୍କୁ ଅତିଷ୍ଟ କରିଦେଇଥିଲା । ଗତକାଲି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ଠାରୁ ୮.୩ ଡିଗ୍ରୀ ଅଧିକ ଥିଲା । ଗ୍ରୀଷ୍ମ ପ୍ରବାହକୁ ଦେଖି ଝାରସୁଗୁଡା, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ ସମେତ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ସୁନ୍ଦରଗଡ, କେନ୍ଦୁଝର, ନୁଆପଡା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଅଂଶୁଘାତ ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।