ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା
ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା । ସମ୍ବଲପୁରରେ ତାପମାତ୍ରା ୪୬.୧ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୪୪.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ସର୍ବାଧିକ ୪୬.୧ ଡିଗ୍ରି ସେଲସିୟସ, ହୀରାକୁଦରେ ୪୫.୬ଡିଗ୍ରି ସେଲସିୟସ, ସୋନପୁରରେ ୪୫ ଡିଗ୍ରି ସେଲସିୟସ, ବରଗଡରେ ୪୪.୯ ଡିଗ୍ରି ସେଲସିୟସ, ବଲାଙ୍ଗିର, ବୌଦ୍ଧ, ଟିଟିଲାଗଡ, ନୟାଗଡ, ତାଳଚେରରେ ୪୪ ଡିଗ୍ରି ସେଲସିୟସ, ଅନୁଗୁଳରେ ୪୩.୯ ଡିଗ୍ରି ସେଲସିୟସ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରି ସେଲସିୟସ, ରାଉରକେଲା, କଟକ, ଢେଙ୍କାନାଳ, ନୂଆପଡାରେ ୪୩.୨ ଡିଗ୍ରି ସେଲସିୟସ, ସୁନ୍ଦରଗଡରେ ୪୨.୭ ଡିଗ୍ରି ସେଲସିୟସ, ଜଗତସିଂହପୁର,ଖୋର୍ଦ୍ଧାରେ ୪୨.୫ ଡିଗ୍ରି ସେଲସିୟସ, କେନ୍ଦ୍ରାପଡାରେ ୪୧.୮ ଡିଗ୍ରି ସେଲସିୟସ, ଫୁଲବାଣୀ, ଭଦ୍ରକ, ରାୟଗଡାରେ ୪୧.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।