ଆମେରିକା ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁରେ ଶୁଭାରମ୍ଭ ହେବ ‘ମୋଦୀଜୀ ଥାଳି’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ‘ମୋଦୀଜୀ ଥାଳି’ ଏବେ ଚର୍ଚାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କୁ ସମ୍ମାନ ଜଣାଇ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିଛି । ସେଫ୍ ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରସ୍ତୁତ ଏହି ‘ମୋଦୀଜୀ ଥାଳି’ । ତେବେ ଏହି ‘ମୋଦୀଜୀ ଥାଳି’ରେ ରହିଛି ବିଭିନ୍ନ ପ୍ରକାରର ବ୍ୟଞ୍ଜନ। ଖିଚିଡ଼ି, ରସଗୋଲା, ସୋରିଷ ଶାଗ, କଶ୍ମୀରୀ ଆଳୁଦମ୍, ଘୋଳଦହି ଏବଂ ପାମ୍ପଡ଼ ଭଳି ଆହୁରି ଅନେକ କିଛି ।