ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ

ଗାନ୍ଧୀନଗର: ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟରେ ୟେଲୋ ଆଲର୍ଟ । ସୌରାଷ୍ଟ୍ର-କଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବରାରୁ ୟେଲୋ ଆଲର୍ଟ ଜାରି କରିଛି IMD । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ । ଏହାର ପ୍ରଭାବରେ ଗୁଜରାଟର କଚ୍ଛ, ଦ୍ବାରକା, ପୋରବନ୍ଦର, ଜାମନଗର, ରାଜକୋଟ ଓ ମୋରବି ଜିଲ୍ଲାରେ ଝଡ଼, ବର୍ଷାର ସମ୍ଭାବନା ରହିଛି ।ଗୁଜରାଟ ସମେତ ମହାରାଷ୍ଟ୍ର, ଗୋଆ ଓ କେରଳରେ ବି ବାତ୍ୟାର ପ୍ରଭାବ ପଡ଼ିବ । ବିପର୍ଯ୍ୟୟ ପ୍ରଭାବରେ କେରଳ ଓ ମୁମ୍ବାଇରେ ଆଜି ସକାଳୁ ସମୁଦ୍ରରେ ଉଚ୍ଚ ଲହଡି ଉଠୁଥିବା ଦେଖାଯାଇଛି । ପବନ ବହିବା ସହ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି । ମୁମ୍ବାଇ, ନବି-ମୁମ୍ବାଇ, ଥାନେ, ପାଲଘର ସମେତ ମହାରାଷ୍ଟ୍ରର କିଛି ସ୍ଥାନରେ ଗତରାତିରୁ ବର୍ଷା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।