ଭଦ୍ରକ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ଭଦ୍ରକ: କେନ୍ଦୁଝର ଜିଲ୍ଲା ପରେ ଦୁଇ ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ନେହେରୁ ଷ୍ଟାଡିୟମରେ ପହଞ୍ଚି ଖେଳାଳିଙ୍କ ସହ ଆଲୋଚନା ପରେ ଲୋକଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଚରମ୍ପାରେ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିବେ । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯିବେ 5T ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରି ଜଳଖିଆ କରିବେ । କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।