ବିଦ୍ୟୁତ୍‌ କାଟ ସମସ୍ୟା ପାଇଁ ଦାୟୀ କିଏ? ମୁଖ୍ୟ ଶାସନ ସଚିବ ନେବେ ବୈଠକ

ଭୁବନେଶ୍ବର:  ଦିନ ରାତି  ଅସହ୍ୟ ହେଉଛି ଗରମ । ଏହାରି ଭିତରେ ବିଦ୍ୟୁତ୍ କାଟ୍ ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଟାଟା ପାଓ୍ବାର ସହ ମୁଖ୍ୟ ଶାସନ ସଚିବ ବୈଠକ ନେବେ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ଯ୍ୟୟ ପରେ ବିଦ୍ୟୁତ୍ ସରବରାହ ଶୀଘ୍ର କାର୍ଯ୍ୟକ୍ଷମ ହେବାର ମେକାନିଜିମ୍ ନେଇ ବିତରଣ କମ୍ପାନୀଙ୍କୁ ମଡେଲ ମଗାଯିବ । କାଳବୈଶାଖୀ ପରେ ପାରଦ ନିୟମିତ ୪୦ ଡିଗ୍ରୀ ଉପରେ ରହୁଛି ।

ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ଗରମ ଗୁଳୁଗୁଳି ଅସହ୍ୟ କରୁଛି ।  ବିଦ୍ୟୁତ୍ କାଟ୍ ଯୋଗୁ ଲୋକ ତତଲା କଡ଼େଇରେ ସିଝୁଛନ୍ତି । କାଳବୈଶାଖୀ ପରେ ମନ୍ଥର ଗତିରେ ମରାମତି ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅସନ୍ତୋଷ ପ୍ରକାଶ କରିଛନ୍ତି ।