ଜୁନ ୨୩ରେ ବିରୋଧୀ ମହାମେଣ୍ଟର ବୈଠକ: ବିଜେପିକୁ ହରାଇବା ହେବ ଲକ୍ଷ୍ୟ

ନୂଆଦିଲ୍ଲୀ: ବିଜେପିକୁ ହରାଇବାକୁ ସମସ୍ତ ବିରୋଧୀ ଏକଜୁଟ ହେବେ । ସାରା ଦେଶରେ ବିଜେପିକୁ ଜିତାଇନଦେବାକୁ ଏହି ବୈଠକ ଡକାଯାଇଛି । ଜୁନ ୨୩ରେ ବିରୋଧୀ ମହାମେଣ୍ଟର ବୈଠକର ହେବ ଶୁଭାରମ୍ଭ । ଅର୍ଥାତ ବିଜେପି ସହ ପ୍ରତିଦ୍ୱନ୍ଦିତା କରିବେ ଜଣେ ମିଳିତ ବିରୋଧୀ ପ୍ରାର୍ଥୀ। ୨୦୨୪ରେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ  ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଓ ଅଖିଲେଶ ଯାଦବଙ୍କ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ ଗୋଟିଏ ମଞ୍ଚରେ ବସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ, ବାମ ଦଳର ନେତାଙ୍କ ସହ ଏକାଠି ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାମ ଦଳର ସୀତାରାମ ୟେଚୁରୀ, ଡି ରାଜା, ବୈଠକରେ ଯୋଗ ଦେବେ ନୀତିଶ କୁମାର।

ବିହାର ପାଟନାରେ ଏକାଠି ହେବେ ୧୫ଟି ବିରୋଧୀ ଦଳ । ବିଜେପି ବିରୋଧରେ ମିଳିତ  ପ୍ରାର୍ଥୀ ପାଇଁ ନିଷ୍ପତ୍ତି ହୋଇପାରେ ।  ବିରୋଧୀ ଏକ ହୋଇ ନଲଢ଼ିଲେ ବିଜେପିକୁ ରୋକିବା ଅସମ୍ଭବ ବୋଲି ଜାଣିବା ପରେ ବିରୋଧୀମାନେ ଏବେ ରଣନୀତି ବଦଳାଇବାରେ ଲାଗିପଡିଛନ୍ତି । ଦେଶର ସବୁ ଲୋକସଭା ଆସନରେ ବିଜେପି ସହ ଲଢ଼ିବ ବିରୋଧୀ ।