ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରାୟ ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ମିସ୍ ୱାର୍ଲ୍ଡର ବହୁ ପ୍ରତୀକ୍ଷିତ ୭୧ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହେବ ବୋଲି ଆଶା କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଅନ୍ତିମ ତାରିଖ ଜଣାପଡିନାହିଁ।ଭାରତ ଶେଷ ଥର ପାଇଁ ୧୯୯୬ରେ ଅନ୍ତର୍ଜାତୀୟ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଆୟୋଜନ କରିଥିଲା।ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମିସ୍ ୱାର୍ଲ୍ଡ ସଂଗଠନର ଅଧ୍ୟକ୍ଷା ତଥା ସିଇଓ ଜୁଲିଆ ମୋର୍ଲେ କହିଛନ୍ତି ଯେ,”ମୁଁ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଭାରତରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରି ଆନନ୍ଦିତ। ୧୩୦ଟି ଦେଶର ପ୍ରତିଯୋଗୀ ଏଥିରେ ସାମିଲ ହେବେ। ବିଭିନ୍ନ ପ୍ରତିଯୋଗିତା ‌ଦେଇ ସେମାନଙ୍କୁ ଆଗକୁ ବଢ଼ିବାକୁ ହେବ।