ଆଜିଠୁ ଆରମ୍ଭ ହେଉଛି ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌  ଫାଇନାଲ୍‌: ଗିଲଙ୍କ ଉପରେ ନଜର

ଆଜିଠୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌  ଫାଇନାଲ୍‌ରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳିପାରେ ।  ଓଭାଲ୍‌  ପିଚ୍‌ ସବୁଜ ଓ ସତେଜ ରହିଛି।  ଓଭାଲ୍‌ ପଡ଼ିଆରେ ଭାରତ ଭଲ ଖେଳିବ ବୋଲି ଆଶା ରହିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ପ୍ରାରମ୍ଭିକ ବ୍ୟାଟର ଭାବେ ଖେଳିପାରନ୍ତି ।  ଚେତେ‌ଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ତୃତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଖେଳିବେ। ୬ ନମ୍ବର ସ୍ଥାନରେ ଈଶାନ କିମ୍ବା ଭରତଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଇପାରେ ।

ବୋଲିଂ ବିଭାଗରେ କ୍ରମାନ୍ବୟରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର କିମ୍ବା ଉମେଶ ଯାଦବ ଚୁଡାନ୍ତି ଏକାଦଶରେ ସାମିଲ ହୋଇପାରନ୍ତି । ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ କୁହାଯାଉଥିବା ଯୁବ ବ୍ୟାଟର୍‌ ଶୁବମନ ଗିଲ୍‌ ଆଇପିଏଲ୍‌ ଫର୍ମକୁ ଓଭାଲ୍‌ରେ ଦୋହରାଇବା ଲକ୍ଷ୍ୟରେ ଅଛନ୍ତି। ଓଭାଲ୍‌ ପିଚ୍‌ ସତେଜ ଥିବା ବେଳେ ସାମାନ୍ୟ ବାଦଲ ଉପରେ ରହିବ। ତେଣୁ ବଲ୍‌ ହଲଚଲ୍‌ ହେବା ସ୍ବଭାବିକ। ଏଭଳି ସ୍ଥିତିରେ ମିଚେଲ୍‌ ଷ୍ଟାର୍କ ଓ ଜୋସ୍‌ ହାଜଲଉଡ୍‌ଙ୍କୁ ସାମ୍ନା କରିବା ଗିଲ୍‌ଙ୍କ ପାଇଁ କେତେ ସହଜ ତାହା ଜଣାପଡିବ ।