ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର ପରେ ଟ୍ରାକ୍‌ ମରାମତି ହୋଇଛି। ଜୁନ୍‌ ୩ ତାରିଖ ସକାଳୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ରହି କାର୍ଯ୍ୟର ତଦାରଖ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମରାମତି କାମ ଚାଲିଥିବାରୁ ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ । କନ୍ୟାକୁମାରୀ-ଦେବ୍ରୁଗଡ଼ ଏକ୍ସପ୍ରେସ୍‌(୨୨୫୦୩), ସାଲିମାର-ହାଇଦ୍ରାବାଦ(୧୮୦୪୫), ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌(୨୨୮୩୧), ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌-ହାଓଡ଼ା(୨୨୮୩୨), ଶାଲିମାର-ପୁରୀ(୨୨୮୩୫), ହାଓଡ଼ା-ପୁରୀ(୧୨୮୩୭), ହାଓଡ଼ା-ଚେନ୍ନାଇ ସେଣ୍ଟ୍ରାଲ(୧୨୮୩୯), ତମ୍ବାରମ୍‌-ସାନ୍ତ୍ରାଗଚ୍ଛି(୨୨୮୪୨), ଚେନ୍ନାଇ ସେଣ୍ଟ୍ରାଲ-ଶାଲିମାର(୧୨୮୪୨), ହାଇଦ୍ରାବାଦ-ଶାଲିମାର(୧୮୦୪୬) ଏକ୍ସପ୍ରେସ୍‌ ରହିଛି। ୩ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜି ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ର ଗତିପଥ ବଦଳିଥିବା ବେଳେ ୭ ତାରିଖରେ ଋଷିକେଶ-ପୁରୀ(୧୮୪୭୮) ଓ ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ ରହିଛି।