ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସୂଚନା ଅନୁଯାୟୀ ପାକିସ୍ତାନର ଆତଙ୍କବାଦୀମାନେ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବାର ଯୋଜନାରେ ଅଛନ୍ତି ।ଚଳିତ ବର୍ଷ ପାଇଁ ଶ୍ରୀ ଅମରନାଥ ଯାତ୍ରା ନେଇ ଘୋଷଣା କରାଯାଇଛି । ଚଳିତଥର ୧ ଜୁଲାଇରୁ ଯାତ୍ରା ଆରମ୍ଭ ହେବ । ୬୨ ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିବ । ୧୭ ଏପ୍ରିଲରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ । ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା କହିଛନ୍ତି ଯେ ଯାତ୍ରାକୁ ସୁଗମ ଏବଂ ସହଜ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି । ସମସ୍ୟା ମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିବଦ୍ଧ ।