ଜ୍ବରରେ ମହାପ୍ରଭୁ ଅନ୍ଧକାରରେ ଚାଲିଛି ଚିକିତ୍ସା

ପୁରୀ :  ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ।  ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁ ବିଜେ କରିଛନ୍ତି।  ଅଣସର ତାଟି ନିକଟରେ ପୂଜା ଦ୍ବିତୀୟ ଦିନ ଆରମ୍ଭ ହୋଇଛି। ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠରେ ଜୟ-ବିଜୟ ଦ୍ବାର ଓ କଳାହାଟ ଦ୍ୱାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଛି। ଏହି ପିଣ୍ଡିରେ ବୈଦ୍ୟଙ୍କ ପରାମର୍ଶକ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକାସଙ୍ଗେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରୁଛନ୍ତି ।