ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ପ୍ରବଳ ଭିଡ

ବ୍ରହ୍ମଗିରି : ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଦର୍ଶନ ଖୋଲିବା ମାତ୍ରେ ସକାଳୁ ସକାଳୁ ଭିଡ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ନାକେଦମ ହୋଇଯାଇଥିଲା । ଆଜି ପୁଣି ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷ ହୋମ ଓ ଗୋପାଳ ବଲ୍ଲଭ ଉଠି ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭୋର୍‌ ପାଞ୍ଚ‌ଟାରୁ ଶ୍ରୀଜିଉଙ୍କ ରତ୍ନ ସିଂହାସନଠାରୁ ସିଂହଦ୍ବାର ଦେଇ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା।