ଦେଶ ପାଳିଲା ୧୫,୦୦୦ ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ

ଦେଶ ପାଳିଲା ୧୫,୦୦୦ ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ପୂରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ଯବାନମାନଙ୍କର ପତାକା ଉତ୍ତୋଳନ ବେଳର ଚିତ୍ର ସାମ୍ନାକୁ ଆସୁଛି। ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସର ଯବାନ ୧୫ ହଜାର ଫୁଟ୍ ଉଚ୍ଚରେ ଭାରତର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଗର୍ବରେ ଛାତି ଫୁଲି ଉଠିଛି।
ସୂଚନା ଅନୁସାରେ,ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସର ହିମବୀର ଯବାନ ୧୫,୦୦୦ ଫୁଟ୍ ଉଚ୍ଚତାରେ –୩୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଭାରତର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ସେହିପରି ଉତ୍ତରାଖଣ୍ଡର କୁମାଓଁ କ୍ଷେତ୍ରରେ ମଧ୍ୟ ଆଇଟିବିପିର ଯବାନ ୧୨,୦୦୦ ଫୁଟ୍ ଉଚ୍ଚତାରେ ସାଧାରଣତନ୍ତ୍ର ଦିବସ ପାଳିଛନ୍ତି।ସାଧାରଣତନ୍ତ୍ର ଦିବସ ଅବସରରେ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ଅବସରରେ ଜମ୍ମୁ-କଶ୍ମୀରର ରାଜୌରୀରେ ପୋଲିସ କର୍ମୀ ରାସ୍ତାରେ ସମସ୍ତ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି।