ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି: ରେଳମନ୍ତ୍ରୀ
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହୋଇପାରେ। ଏଥି ନେଇ ଭାରତୀୟ ରେଳବାଇ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ବର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲାପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟ ଲାଇନ୍ ସମେତ ୨ଟି ଲାଇନ୍ କାମ ଶେଷ ହୋଇଛି।