କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ମୃତ୍ୟୁ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ମୃତ୍ୟୁ ଘଟିଛି ।  ତାଙ୍କ ନାଁ ଜି. ମହାନ୍ତି ବୋଲି ଜଣାପଡିଛି । ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ଅନ୍ୟପକ୍ଷରେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।  ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଓ ଏକ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟମାନେ ସୁରକ୍ଷିତ ଅଛନ୍ତି।