Odisha ଭୁବନେଶ୍ବରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ Last updated Jun 4, 2023 ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମ୍ସ ଅଭିମୁଖେ ଯାଇ ସେଠାରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏହି ଅବସରରେ ସେ ଭୁବନେଶ୍ବର ଏବଂ ବାଲେଶ୍ବରରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବେ। ଏହାପରେ ଏମ୍ସ ଭୁବନେଶ୍ବରରେ ସମୀକ୍ଷା ବୈଠକ ହେବ। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଆବଶ୍ୟକତା ନେଇ ଆଲୋଚନା ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ସେ କଟକ ବଡ଼ ମେଡିକାଲକୁ ମଧ୍ୟ ଯିବେ। Share