ଟ୍ରେନ୍ ଟ୍ରାଜେଡିର ତଦନ୍ତ ସରିଥିବା କହିଲେ ରେଳ ମନ୍ତ୍ରୀ: ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର
ବାଲେଶ୍ୱର: ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ। ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରଠାରୁ ସେ ଫେରାର ଅଛନ୍ତି। ଦୁର୍ଘଟଣା ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏନେଇ ମତ ରଖିଛନ୍ତି । ତଦନ୍ତ ଚାଲୁ ରହିଛି ଆମେ କେଉଁଠି ଭୁଲ ଅଛି ଜାଣିପାରିଛୁ ତଦନ୍ତ ଶେଷ ହେଲେ ଦୋଷୀଙ୍କୁ ଦଣ୍ଡ ମିଳିବ । ଟ୍ରେନ୍ ଟ୍ରାଜେଡିର ତଦନ୍ତ ସରିଥିବା କହିଲେ ରେଳ ମନ୍ତ୍ରୀ । ରେଲ୍ ସେଫ୍ଟି କମିଶନ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
#WATCH | The commissioner of railway safety has investigated the matter and let the investigation report come but we have identified the cause of the incident and the people responsible for it… It happened due to a change in electronic interlocking. Right now our focus is on… pic.twitter.com/UaOVXTeOKZ
— ANI (@ANI) June 4, 2023