ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିବା ପରେ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିବା ପରେ ମନ୍ତ୍ରୀ ‌ଶ୍ରୀ ଦେବ କହିଥିଲେ, ଶିଳ୍ପ ନୀତି, ଭିତ୍ତିଭୂମି ବିକାଶ ଓ କର୍ମକୁଶଳତାର ୩ଟି ବିନ୍ଦୁ ଉପରେ ଧ୍ୟାନ ରଖି ରାଜ୍ୟ ନିବେଶକଙ୍କ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ହୋଇପାରିଛି। ଶିଳ୍ପ ବିକାଶରେ ଆଞ୍ଚଳିକ ସମାନତାକୁ ଦୃଷ୍ଟିରେ ରଖି ବିଜୁ ଏକ୍ସପ୍ରେସ୍ ୱେ ଓ ବିଜୁ ଆର୍ଥିକ କରିଡରର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି।

ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ, ୨୦୦୨-୦୩ରୁ ୨୦୨୧-୨୨ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ରହିଛି। ଧାତୁ, ମେଟାଲ ଡାଉନଷ୍ଟ୍ରିମ ଓ ଆନୁଷଙ୍ଗିକ ଶିଳ୍ପ, କେମିକାଲ ଓ ପେଟ୍ରୋକେମିକାଲ, ଟେକ୍ସଟାଇଲ ଓ ଟେକ୍‌ନିକାଲ ଟେକ୍ସଟାଇଲ, ଆଇଟି-ଆଇଟିଏସ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଆଦି କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ବ ଯୋଗୁଁ ନିବେଶକଙ୍କୁ ଓଡ଼ିଶା ଆକର୍ଷିତ କରିପାରୁଛି।