ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ ଭିଡିଓ ହେଉଛି ଭାଇରାଲ
ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଗୀତକୁ ନେଇ ଅନେକ ଦିନ ଧରି ଚର୍ଚା ଲାଗିଥିବା ବେଳେ ଏବେ ତାଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ସେ କିଛି ଗୀତ ଗାଇ ଚର୍ଚାରେ ଥିଲେ ଏବେ ବର୍ତ୍ତମାନ 5T ସଚିବ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆସିକା ସାଂସଦ। ଗଞ୍ଜାମ ଜିଲ୍ଲାର ଶେରଗଡରୁ ପୁରୀକୁ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ ସାଂସଦ ପ୍ରମିଳା ବିଷୋୟୀ । ସଭାମଞ୍ଚରେ ଧନ୍ୟବାଦ ଦେବାବେଳେ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି କହିଥିଲେ ସାଂସଦ । ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଥିଲେ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଚାରିଆଡେ ଜୋରଦାର ଚର୍ଚ୍ଚା ଜୋର ଧରିଛି।