୧୦ରୁ ସବୁ ଜିଲ୍ଲାରେ ଚାଷୀଙ୍କୁ ସାଙ୍ଗରେ ଧରି ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ବର:୧୦ତାରିଖରୁ ପ୍ରତ୍ୟେକ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସହ ବିକ୍ଷୋଭ ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି।  କିଷାନ କଂଗ୍ରେସ ମୁଖ୍ୟ ଅମୀୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା’ ଉପରେ ଏକ ଶ୍ୱେତପତ୍ର ପ୍ରକାଶ ନକଲେ ଆସନ୍ତା ଜୁୂନ୍ ୧୦ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ  ଚାଷୀ ଆନ୍ଦୋଳନ ଓ ସାମ୍ବାଦିକ ସମ୍ମିଳନୀ କରାଯିବ  । ସେ କହିଛନ୍ତି ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତର ଉର୍ଦ୍ଧ୍ୱ ଲୋକ କୃଷି କାର୍ଯ୍ୟରେ ନିୟୋଜିତ। ସେମାନଙ୍କ ଦାବି ପୂରଣ ପାଇଁ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ।