NationalPolitics ରାଜସ୍ଥାନରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ , ଶହେ ୟୁନିଟ ଫ୍ରି ବିଜୁଳି ଘୋଷଣା Last updated May 31, 2023 ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ମାସକୁ ଶହେ ୟୁନିଟ ମାଗଣା ବିଜୁଳି ଘୋଷଣା କରିଛି । ଏହି ଫର୍ମୂଲା ଧରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଜୁନ୍ ୧ରୁ ଘର ପିଛା ଶହେ ୟୁନିଟ୍ ଲେଖା ମାଗଣା ବିଦ୍ୟୁତ୍ ଦେବାକୁ ସେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥି ବିଲ୍ ରାଜ୍ୟ ବଜେଟରେ ପାସ୍ ହେବା ପରେ ଆଇନ୍ର ପରିଣତ ହେବ । ଏହି ସ୍କିମ ପାଇଁ ଗେହଲଟ ସରକାରଙ୍କୁ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟ ସରକାର ପୂର୍ବରୁ ଦେଉଥିବା ସବସିଡିର ପରିମାଣ ୩ଶହ କୋଟିରୁ ୭୫୦ କୋଟି ହୋଇଥିବା ବେଳେ ଏବେ ଯେଉଁ ଫ୍ରି ଦିଆଯିବ ତାକୁ ମିଶାଇଲେ ରାଜ୍ୟ ସରକାରଙ୍କ ଉପରେ ସମୁଦାୟ ୭ ହଜାର କୋଟିର ଅତିରିକ୍ତ ବୋଝ ପଡ଼ିବ । Share