କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନ
ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି । ଏକବିଂଶ ଶତାବ୍ଦୀକୁ ପ୍ରେରଣା ଦେବା ପାଇଁ ଏହାକୁ ଏକ ନୂଆ ମଡେଲ ଭାବେ ସୃଷ୍ଟି କରିବା ପାଇଁ ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜ୍ଞାନର ସହଭାଗୀତାକୁ ସୁଦୃଢ କରିବା ପାଇଁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।ଏହାସହ ଦକ୍ଷତା ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଦୃଢ ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାର ସମ୍ପର୍କ ରହିଛି । ଆମର ବନ୍ଧୁତା ଆଜି ପରସ୍ପରର ବିଶ୍ୱାସ ଏବଂ ସମ୍ମାନର ମୂଳଦୁଆ ପକାଇଛି । ଜ୍ଞାନ, କୌଶଳ ଏବଂ ସୀମାନ୍ତ କ୍ଷେତ୍ରରେ ସହଭାଗିତାକୁ ଆମର ଦୀର୍ଘ ଦିନର ବନ୍ଧୁତା ପାଇଁ ନୂତନ ଦିଗ ଦେବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ରଣନୀତିଜ୍ଞ ସହଭାଗିତା ଏବଂ ଆମ ଦେଶ ମଧ୍ୟରେ ସ୍ଥିର ବନ୍ଧୁତାକୁ ଦୃଷ୍ଟିରେ ରଖି ଉଭୟ ବନ୍ଧୁ ଭିଭିଆନ୍ ବାଲାକ୍ରିଷ୍ଣନ୍ ଏବଂ ମୁଁ ପାରସ୍ପରିକ ଲାଭ ପାଇଁ ଶିକ୍ଷା ତଥା ଦକ୍ଷତା ବିକାଶରେ ଆମର ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ସହିତ ବିଶ୍ୱର ଚାହିଦା ଓ ଚ୍ୟାଲେଞ୍ଜ ଗୁଡିକୁ ସମାଧାନ କରିବାକୁ ସହମତ ହୋଇଛୁ ।