ମଣିପୁରରେ ହିଂସା: ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ

ଇମ୍ଫାଲ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ  ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି। ହିଂସାରେ ଜ‌ଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି। ଦୋକାନ ବଜାର ସବୁ ବନ୍ଦ ରହିଛି। ଇତି ମଧ୍ୟରେ ସେନା ଦ୍ବାରା ୨୫ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗ୍ରେନେଡ୍‌ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।