ଯୁବବର୍ଗଙ୍କ ପାଇଁ ଏଆଇ’ର ଶୁଭାରମ୍ଭ

ଭୁବନେଶ୍ବର:  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି।

ଏହି ପଦକ୍ଷେପ ରାଜ୍ୟର ଜନସାଧାରଣଙ୍କ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରିବାରେ ସହାୟକ ହୋଇପାରିବ। ଗବେଷଣା, ନବସୃଜନ ଓ କ୍ଷେତ୍ର ସ୍ତରରେ ପ୍ରୟୋଗ ଲାଗି ଏହା ବ୍ୟବସ୍ଥା ବିକାଶ କରିବ। ଜନସାଧାରଣଙ୍କ ଆର୍ଥିକ ଅଭିବୃଦ୍ଧି, ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଓ ଲୋକଙ୍କ ଜୀବନର ଉନ୍ନତି ଆଣିବାରେ ଏଆଇ ସହାୟକ ହେବ। ସବୁ ବିଭାଗ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।ଅନ୍ତର୍ଜାତୀୟ କମ୍ପାନି ଇଣ୍ଟେଲ୍‌ ସହ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ ଓ କଟକରେ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ବର ପ୍ରଗତି ପାଇଁ ଏଆଇର ଅବିଶ୍ବସନୀୟ ଦକ୍ଷତା ରହିଛି। ରାଜ୍ୟ ସରକାର ପ୍ରଯୁକ୍ତି ଭିତ୍ତିକ ରୂପାନ୍ତରଣ ଉପରେ ଗୁରୁତ୍ବ ଦେଉଛନ୍ତି।